ଶବ ରଖି ରାସ୍ତାରୋକ ଘଟଣା ସ୍ଥଳରେ ଉତ୍ତେଜନା
ବାହାନଗା : ବାଳେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ଛକରେ ଶବ ରଖି ଦିନ ତମାମ ରାସ୍ତା ରୋକ କରିଥିଲେ ଗ୍ରାମବାସୀ । ଖବର ପ୍ରକାଶ ଯେ, ଗତ କାଲି ରାତି ୧୧ ଟା ସମୟରେ ତୁଣ୍ଡୁରା ଗ୍ରାମର ପ୍ରଦୀପ କୁମାର ବାରିକ ତାଙ୍କ ବାପାଙ୍କୁ ବାଲେଶ୍ୱର ରେଳ ଷ୍ଟେସନକୁ ଆଣିବାକୁ ଯାଉଥିବା ବେଳେ ଜୟଦେବ କଷବା ନିକଟରେ ଗାଡି ଦୁର୍ଘଟଣାରେ ପ୍ରଦୀପ ଗୁରୁତର ହୋଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବସ୍ଥାରେ ମୃତୁ୍ୟବରଣ କରିଥିଲେ । ଗ୍ରାମବାସୀ ଦୁର୍ଘଟଣା ଘଟାଇ ଥିବା ଆପାଚି ଗାଡି ଓ ଗାଡି ଡ୍ରାଇଭର ବାପୁ ମହାଳିକଙ୍କୁ ଜୟଦେବ କଷବା ଫାଣ୍ଡି ରେ ଜିମା ଦେଇଥିଲେ । ପୁଲିସ୍ ତାଙ୍କୁ ଛାଡିଦେଇଥିବାରୁ ଗ୍ରାମବାସୀ ଓ ପରିବାର ଲୋକେ ମୃତ ପ୍ରଦୀପଙ୍କ ଶବ ରବିବାର ଆଣି ବାଲେଶ୍ୱର ବାସୁଦେବପୁର ନିମିକି ରାସ୍ତା ତୁଣ୍ଡରା ଛକ ନିକଟରେ ଦିନ ତମାମ ରାସ୍ତା ଅବରୋଧ କରିବା ସହିତ ଟାୟାର ଜଳିଥିଲେ । ଘଟଣା ସ୍ଥଳରେ ବଲେଶ୍ୱର ପୁଲିସ୍ ଅଧିକାରୀ ଲୋକମାନଙ୍କୁ ବୁଝାଇବା ସହିତ ରେଡକ୍ରସରୁ ସହାୟତା କରିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ।